ପୂଜ୍ୟାସ୍ପଦ ଗୁରୁ ଆମ ପଥ ପ୍ରଦର୍ଶକ
ଅଜ୍ଞାନୀ ତିମିରେ ଜାଳି ଜ୍ଞାନର ଆଲୋକ
ସ୍ୱର୍ଥୀ ଦୁନିଆରେ ସବୁ ଜଳ ନ୍ତି ଇର୍ଷାରେ
ଗୁରୁହି ହୁଅନ୍ତି ଖୁସି ଆମ ଉନ୍ନତିରେ
ଜୀବନରେ ଯେବେ ଆସେ ଝଞ୍ଜା ଝଡ଼
ଗୁରୁ ହିଁ ବତନ୍ତି ତହୁଁ ନିଷ୍ଟରିବ ମୋଡ଼
ବିଦ୍ୟା ବୁଦ୍ଧି ଦୟା କ୍ଷମା ଚରିତ୍ର ଗଠନ
ଗୁରୁ ହିଁ ସିଖାନ୍ତି ଅତୀବ ଯାତନ୍ ।
ଜୀବନ ସାଗରେ କେବେ ହେଲେ ଦିଗ ହରା
ଗୁରୁ ହିଁ ଦେଖନ୍ତି ପଥ ସାଜି ଧ୍ରୁବ ତାରା
ମାତା ପରି ସ୍ନେହ ଆଉ ବାପା ପରି ଯେ ଶାସନ,
ସଖା ପରି ଗୁରୁ ପଢ଼ିନିଅ ନ୍ତିି ଆମ ମନ ।
ମୂକତା , ହିନ ମାନ୍ୟତା , ପଶୁତ୍ଵ ଦମନ
ଉନ୍ମୁକ୍ତ କରନ୍ତି ଗୁରୁ ଜ୍ଞାନ ବାତାୟନ
ହେଉ ସେ ଅରୁଣି, ଉପମନ୍ୟୁ ,ଏକଲବ୍ୟ
ଗୁରୁଙ୍କ ସେବା କାରଣେ ବିଶ୍ୱେ ସର୍ବ ପୂଜ୍ୟ ।
ଆପଣଙ୍କ ପାଇଁ ଆଜି ଜୀବନ ସୁନ୍ଦର
ତବ ଯୋଗୁଁ ବାଛି ଚି ମୁଁ ପଥ ଯେ ଧର୍ମର
ତବ ଶିକ୍ଷା, ପ୍ରେରଣା ଓ ସବୁ ପ୍ରୋତ୍ସାହନ,
ମୋ ଜୀବନ ଯାନରେ ଯେ ଅକ୍ଷୟ ଇନ୍ଧନ ।
ଲେଖକ: ରାଜେଶ ରଥ
ଗଣିତ ଶିକ୍ଷକ ,ଆସ୍କା , ଗଞ୍ଜାମ।


0 Comments